ରୋହିତ-କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: ଓ୍ବେଷ୍ଟଇଣ୍ଡିଜ୍‌କୁ ୧୯୧ ରନ୍‌ର ଟାର୍ଗେଟ

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଭାରତ ୧୯୧ ରନ୍‌ର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୪ ରନ୍‌ର ଇନିଂସ ଖେଳିଛନ୍ତି। ଏଥିସହ ଦିନେଶ କାର୍ତ୍ତିକ ମଧ୍ୟ ଅନ୍ତିମ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୯ ବଲ୍‌ରେ ଅପରାଜିତ ୪୧ ରନ୍‌ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ୍‌ ସର୍ବାଧିକ ଉଇକେଟ ନେଇଛନ୍ତି।