ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଖବର ଲେଖାଯିବା ସୁଦ୍ଧା ଭାରତ ୧୨ ଓଭରରେ ୬ ଉଇକେଟ ହରାଇ ୭୯ ରନ୍ କରିବାରେ ସଫଳ ହୋଇଛି। ବର୍ତ୍ତମାନର ସ୍ଥିତି ଦେଖିଲେ ଦଳ ବଡ଼ ସ୍କୋର କରିବାରେ ସକ୍ଷମ ହେବ ନାହିଁ ବୋଲି ଅନୁମାନ କରାଯାଉଛି।
ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିବା ବେଳେ ଟି୨୦ ବିଶ୍ୱକପ ଇତିହାସରେ ଆମେରିକା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ମ୍ୟାଚ। ୨୦୨୪ ଟି୨୦ ବିଶ୍ୱକପ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏକମାତ୍ର ମ୍ୟାଚ୍ ନ୍ୟୁୟର୍କରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ଭାରତ ୭ ଉଇକେଟରେ ସହଜ ବିଜୟ ହାସଲ କରିଥିଲା।
କହିରଖୁଛୁ, ଟିମ ଇଣ୍ଡିଆକୁ ଟୁର୍ନାମେଣ୍ଟର ଗ୍ରୁପ A ରେ ରଖାଯାଇଛି। ଏହି ଗ୍ରୁପ୍ରେ ପାକିସ୍ତାନ, ଆମେରିକା, ନାମିବିଆ ଏବଂ ନେଦରଲ୍ୟାଣ୍ଡର ଦଳ ଅନ୍ତର୍ଭୁକ୍ତ ରହିଛନ୍ତି।
ଉଭୟ ଦଳର ସ୍କ୍ବାଡ:
ଭାରତ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ(ଉପଅଧିନାୟକ), ମହମ୍ମଦ ସିରାଜ
USAର ଦଳ: ମୋନାକ ପଟେଲ (ଅଧିନାୟକ), ଜେସି ସିଂ, ଆଣ୍ଡ୍ରିସ ଗୌସ, ଶେହାନ ଜୟସୁରିୟା, ମିଲିନ୍ଦ କୁମାର, ଶାୟାନ ଜାହାଙ୍ଗୀର, ସାଇତେଜା ମୁକ୍କମାଲା, ସଞ୍ଜୟ କୃଷ୍ଣମୂର୍ତ୍ତି, ହରମିତ ସିଂ, ନୋଷ୍ଟୁଶ କେନଜିଗେ, ଶାଦଲି ଭାନ ଶଲ୍କଭିକ, ସୌରଭ ନେତ୍ରଭାଲକର, ଅଲି ଖାନ, ମହମ୍ମଦ ମୋହସିନ, ଶୁଭମ୍ ରଞ୍ଜାନେ
Dharitri – Odisha’s No.1 Odia Daily