Categories: Home Leftଖେଳ

IND vs SA Test: ଟମ୍‌ ଇଣ୍ଡିଆ ପାଇଁ ରାହୁଲଙ୍କ ଦମ୍‌ଦାର ଶତକ

ସେଞ୍ଚୁରିଅନ୍‌,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ ଖେଳାଯାଉଛି । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୨୪୫ ରନ୍‌ରେ ସୀମିତ ରହିଛି। ଏହି ସମୟରେ କେ.ଏଲ ରାହୁଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ରାହୁଲ ୧୩୭ ବଲରେ ୧୦୧ ରନ ସଂଗ୍ରହ କରିଛନ୍ତି। ସେ ୧୪ ଚୌକା ଓ ୪ ଛକା ମାରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ କାଗିସୋ ରାବାଡା ଭଲ ବୋଲିଂ କରିଛନ୍ତି। ସେ ୨୦ ଓଭରରେ ୫୯ ରନ୍‌ ଦେଇ ୫ ଉଇକେଟ୍‌ ନେଇଛନ୍ତି। ସେହିପରି ନନ୍ଦ୍ରେ ବର୍ଗର ୩ , ଜେରାଲ୍ଡ ଏବଂ ମାର୍କୋ ଜାନସେନ ମଧ୍ୟ ଗୋଟିଏ ଲେଖାଏ ଉଇକେଟ୍‌ ନେଇଛନ୍ତି।

ଟିମ ଇଣ୍ଡିଆ ପାଇଁ ଦମ୍‌ଦାର ବ୍ୟାଟିଂ କରି ରାହୁଲ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଏହାପୂର୍ବରୁ ରିଷଭ ପନ୍ତ ଅପରାଜିତ ୧୦୦ ରନ୍‌ ସଂଗ୍ରହ କରିଥିଲେ।