ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲରେ ରବିବାର ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସଲମାନ ଅଲି ଆଗାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ସହ ମୁହାଁମୁହିଁ ହେବ। ମେନ ଇନ ବ୍ଲୁ ଏହି ଟୁର୍ନାମେଣ୍ଟରେ ମେନ ଇନ ଗ୍ରିନ ଉପରେ ୨-୦ର ଲିଡ ବଜାୟ ରଖିଛନ୍ତି ଏବଂ ଦୁଇ ଦଳ ତୃତୀୟ ଥର ପାଇଁ ପ୍ରସ୍ତୁତ। ପୂର୍ବରୁ ଖେଳାଯାଇଥିବା ଦୁଇଟି ଯାକ ମୁକାବଲାରେ ଟିମ ଇଣ୍ଡିଆ ପାକିସ୍ତାନଙ୍କ ବିରୁଦ୍ଧରେ ଏକପାଖିଆ ବିଜୟ ହାସଲ କରିଛି ଏବଂ ଫାଇନାଲରେ ମଧ୍ୟ ଦଳ ବାଜିମାତ କରିବ ବୋଲି ଆଶା କରାଯାଉଛି।
ଭାରତ ଏସିଆ କପ ୨୦୨୫ରେ ଏବେ ପର୍ଯ୍ୟନ୍ତ ଅଜେୟ ରହିଛି, ଯଦିକି ଅନ୍ୟପଟେ ପାକିସ୍ତାନଙ୍କୁ ଦୁଇ ଥର ପରାଜୟର ସାମ୍ନା କରିବାକୁ ପଡ଼ିଛି। ଭାରତର ଲକ୍ଷ୍ୟ ପାକିସ୍ତାନଙ୍କ ବିରୁଦ୍ଧରେ ବିଜୟର ହ୍ୟାଟ୍ରିକ ଲଗାଇବା ଉପରେ ରହିବ। ଯଦି ଆପଣ ଏହି ମୁକାବଲାକୁ ଦେଖିବାକୁ ଚାହୁଁଛନ୍ତି, ତେବେ ଏହା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣି ନିଅନ୍ତୁ।
କେବେ ହେବ ଫାଇନାଲ ମୁକାବଲା :
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ର ଫାଇନାଲ ମୁକାବଲା ରବିବାର, ୨୮ ସେପ୍ଟେମ୍ବରରେ ଖେଳାଯିବ।
କେଉଁଠାରେ ହେବ ମୁକାବିଲା?
ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ, ଦୁବାଇରେ ଖେଳାଯିବ।
-କେତେଟାରେ ଆରମ୍ଭ ହେବ?
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ର ଫାଇନାଲ ମୁକାବଲା ରାତି ୮ଟାରେ ଆରମ୍ଭ ହେବ, ଯଦିକି ଏହାର ଟସ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ୭.୩୦ଟାରେ ହେବ।
ଟିଭିରେ କେଉଁଠାରେ ଦେଖିବେ ଫାଇନାଲ ମୁକାବଲା?
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ର ଫାଇନାଲ ମୁକାବଲାକୁ ଆପଣ ଟିଭିରେ ସୋନି ସ୍ପୋଟର୍ସ ନେଟର୍ୱାର୍କରେ ଦେଖିପାରିବେ। ଏହାର ହିନ୍ଦୀ କମେଣ୍ଟ୍ରୀ ସ୍ପୋଟର୍ସ ଟେନ୍-୩ ଚ୍ୟାନେଲ୍ରେ ଦେଖାଯାଇପାରିବ।
**ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖିବେ ?
ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ମୁକାବଲାର ଲାଇଭ ଷ୍ଟ୍ରିମିଂ ସୋନି ଲାଇଭ ଆପ୍ରେ ଦେଖାଯାଇପାରିବ।
**ମାଗଣା କେଉଁଠାରେ ଦେଖିବେ?
ଯଦି ଆପଣ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ମୁକାବଲାକୁ କୌଣସି ସବ୍ସ୍କ୍ରିପସନ ବିନା ମାଗଣା ଦେଖିବାକୁ ଚାହୁଁଛନ୍ତି, ତେବେ ଏହାକୁ ଡିଡି ଫ୍ରି ଡିଶ୍ର ଡିଡି ସ୍ପୋଟର୍ସ ଚ୍ୟାନେଲ୍ରେ ଦେଖିପାରିବେ।