ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ସେଇଫର୍ଟଙ୍କ (୬୨) ଓ ଡେଭନ କନୱେଙ୍କ (୪୪) ବିସ୍ଫୋରକ ଓପନିଂ ସହାୟତାରେ ୭ ଉଇକେଟ ହରାଇ ୨୧୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା।
୨୧୬ ରନର ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ଖୁବ୍ ଖରାପ ରହିଥିଲା ଏବଂ ଅଭିଷେକ ଶର୍ମା ଶୂନ୍ୟରେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଶିବମ ଦୁବେ ମାତ୍ର ୨୩ ବଲରେ ୭ଟି ଛକା ଓ ୩ଟି ଚୌକା ସହ ୬୫ ରନର ଏକ ଧୂଆଁଧାର ପାଳି ଖେଳିଥିଲେ ମଧ୍ୟ ଅନ୍ୟ ବ୍ୟାଟରଙ୍କ ସହଯୋଗ ଅଭାବରୁ ଭାରତ ୧୮.୪ ଓଭରରେ ୧୬୫ ରନରେ ଅଲଆଉଟ୍ ହୋଇଯାଇଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୩ଟି ଉଇକେଟ ନେଇଥିବା ବେଳେ ଇଶ ସୋଧି ଓ ଜାକବ ଡଫି ୨ଟି ଲେଖାଏଁ ସଫଳତା ପାଇଥିଲେ। ଏହି ପରାଜୟ ସତ୍ତ୍ୱେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି।