ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍ ୨୦୨୬ର ଗ୍ରୁପ୍-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ବାଛିଥିବା ବେଳେ ଦଳରେ ଦୁଇଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ସୁପର-୮ ପୂର୍ବରୁ ଏହି ମ୍ୟାଚ୍ ଭାରତ ପାଇଁ ଏକ ଅଭ୍ୟାସ ସଦୃଶ ହେବାକୁ ଯାଉଛି।
ସୁପର-୮ ପୂର୍ବରୁ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥ ପରଖିବା ପାଇଁ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦର ଚଳିତ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି। ଅର୍ଶଦୀପ ସିଂ ପୁଣିଥରେ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି।
ସେପଟେ ଗ୍ରୁପ୍-ଏର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ନାମିବିଆକୁ ପରାସ୍ତ କରି ସୁପର-୮ରେ ପ୍ରବେଶ କରିବା ସହ ନେଦରଲାଣ୍ଡର ବିଶ୍ୱକପ୍ ଅଭିଯାନ ପ୍ରାୟତଃ ଶେଷ ହୋଇଛି।