ଭାରତୀୟ ବୋଲିଂ ଆଗରେ ଫିକା ପଡ଼ିଲା ବ୍ୟାଟିଂ: ୧୪୩ ରନ୍‌ରେ ୮ ଉଇକେଟ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍‌, ୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଙ୍ଗାରୁ ଦଳ। ଶୁକ୍ରବାର ପ୍ରଥମ ଇନିଂସର ୬୧ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୧୪୩ ରନ୍‌ କରି ୮ ଉଇକେଟ ହରାଇଛି। ଟିମ୍‌ ପେନ୍‌(୪୨) ଏବଂ ନାଥନ ଲିୟୋନ(୧) ରନ୍‌ କରି ପଡ଼ିଆରେ ଅଛନ୍ତି। ମିସେଲ ଷ୍ଟାର୍କ ୧୫ ରନ୍‌ କରି ରନ୍‌ଆଉଟ୍‌ ହୋଇଛନ୍ତି।

ଗୁରୁବାର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ୨୪୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ ବିରାଟ କୋହଲି ୭୪ ରନ୍‌ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩ ରନ୍‌ କରିଥିଲେ। ଏହାପରେ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳକୁ ବୁମରାହ ଏବଂ ମହମ୍ମଦ ଶାମିଙ୍କ ବୋଲିଂ ଅଡ଼ୁଆରେ ପକାଇଛି।