PROVIDENCE, GUYANA - NOVEMBER 15: Umpire Claire Polosak during the ICC Women's World T20 2018 match between India and Ireland at Guyana National Stadium on November 15, 2018 in Providence, Guyana. (Photo by Jan Kruger-IDI/IDI via Getty Images)
ସିଡ୍ନୀ,୬।୧- ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ ପ୍ରଥମ ମହିଳା ମ୍ୟାଚ୍ ଅଫିସିଆଲ ଭାବେ ପୁରୁଷଙ୍କ ଟେଷ୍ଟ ମ୍ୟାଚ୍ ପରିଚାଳନା କରିବାକୁ ଯାଉଛନ୍ତି। ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ। ଏହି ମ୍ୟାଚ୍ରେ ଚତୁର୍ଥ ଅମ୍ପାୟର ଦାୟିତ୍ତ୍ୱ ସମ୍ଭାଳିବେ ପୋଲୋସାକ।
ନ୍ୟୁ ସାଉଥ ଓ୍ବେଲ୍ସର ୩୨ ବର୍ଷୀୟା ମ୍ୟାଚ୍ ଅଫିସିଆଲ ପୋଲୋସାକଙ୍କ ନାମରେ ପୂର୍ବରୁ ପ୍ରଥମ ମହିଳା ଭାବେ ପୁରୁଷଙ୍କ ଦିନିକିଆ ମ୍ୟାଚ୍ରେ ଫିଲ୍ଡ ଅମ୍ପାୟରିଂ କରିବାର ରେକର୍ଡ ରହିଛି। ୨୦୧୯ରେ ଆଇସିସି ଡିଭିଜନ ୨ ଲିଗ୍ ନାମ୍ବିଆ ଓ ଓମାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ ସେ ଫିଲ୍ଡ ଅମ୍ପାୟର ଥିଲେ। ଅଷ୍ଟ୍ରେଲିଆ-ଭାରତ ମ୍ୟାଚ୍ରେ ଦୁଇ ପୂର୍ବତନ ପେସର ପଲ ରିଫିଲ ଓ ପଲ ଓ୍ବିଲସନ ଫିଲ୍ଡ ଅମ୍ପାୟର ଦାୟିତ୍ତ୍ୱରେ ରହିବେ। ବ୍ରୁସ ଅକ୍ସେନଫର୍ଡ ଟିଭି ଅମ୍ପାୟର କାର୍ଯ୍ୟ ତୁଲାଇବେ।