Investigation of new Sars-Cov-2 variant in India called B.1.617 in laboratory, strains from Kerala , Delhi and Maharastra, conceptual image.
ନୂଆଦିଲ୍ଲୀ,୨୭ା୫: ଭାରତୀୟ ଭାରିଆଣ୍ଟ କୁହାଯାଉଥିବା କୋଭିଡ୍-୧୯ର ବି.୧.୬୧୭ ରୂପ ୫୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି। ଏହାସହ ଅନ୍ୟ ୭ ଦେଶରେ ମଧ୍ୟ ଏହି ଭାରିଆଣ୍ଟ ଦେଖାଯାଇଥିବା ନେଇ ବେସରକାରୀ ଭାବେ ସୂଚନା ହସ୍ତଗତ ହୋଇଥିବା ନେଇ ବୁଧବାର ଡବ୍ଲ୍ୟୁଏଚ୍ଓ ପକ୍ଷରୁ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଦର୍ଶାଯାଇଛି। ଏହି ଭାରିଆଣ୍ଟ ଅଧିକ ବେଗରେ ବ୍ୟାପୁଥିବା ଏଥିରେ କୁହାଯାଇଥିବାବେଳେ ରୋଗର ଗମ୍ଭୀରତା ତଥା ସଂକ୍ରମଣଜନିତ ରିସ୍କ କେତେ ରହିଛି ସେ ନେଇ ଅନୁସନ୍ଧାନ ଚାଲିଥିବା ଡବ୍ଲ୍ୟୁଏଚ୍ଓ କହିଛି।