Categories: Home Leftଖେଳ

ରୋହିତଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ! ରାହୁଲ ଦିନିକିଆରେ ସମ୍ଭାଳିବେ ଅଧିନାୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ବିସିସିଆଇର ବରିଷ୍ଠ ଅଧିକାରୀ, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଏକ ବୈଠକ କରି ଦଳକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।

ଖବର ଅନୁଯାୟୀ, ରୋହିତ ଶର୍ମା ଅଧିନାୟକ ଭାବରେ ଟି -୨୦ ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ଗତ ବର୍ଷ ୧୦ ନଭେମ୍ବର ୨୦୨୨ରେ ଟି -୨୦ ଖେଳିଥିଲେ। ତା’ପରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠୁ ହାରିଯାଇଥିଲା। ଏଥି ସହ କେ.ଏଲ ରାହୁଲଙ୍କୁ ଦିନିକିଆରେ ଅଧିନାୟକତ୍ୱ ଦିଆଯାଇଛି। ଏହାର ଅର୍ଥ ରାହୁଲ ଦିନିକିଆର ନୂତନ ଅଧିନାୟକ ଏବଂ ଆଗାମୀ ବିଶ୍ୱକପ୍‌ ପାଇଁ ବିସିସିଆଇ ଯୋଜନାର ଏକ ଅଂଶ ହୋଇପାରନ୍ତି । ଏହା ବ୍ୟତୀତ ସଞ୍ଜୁ ସାମସନ ଏବଂ ରଜତ ପାଟିଦାର ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି ବୋଲି କୁହାଯାଉଛି। ତେବେ ଦଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

ଦଳ ବିଷୟରେ ଆଲୋଚନା କରିବା ସହିତ ପରବର୍ତ୍ତୀ ବଡ ଟୁର୍ନାମେଣ୍ଟ ଟି -୨୦ ବିଶ୍ୱକପ ପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ଏହି ବୈଠକରେ ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ୧୦ ଡିସେମ୍ବରରୁ ଆରମ୍ଭ ହେବ। ଏହି ଅବଧି ମଧ୍ୟରେ ଉଭୟ ଦଳ ତିନୋଟି ଟି -୨୦, ତିନୋଟିଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ।