Categories: Home Leftଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ ଭାରତ

ଭୁବନେଶ୍ୱର,୨୦।୧: କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇ ବିଜୟୀ ହୋଇଛି। ସେହିପରି ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ହରାଇ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଲଂଣ୍ଡ ସହ ମ୍ୟାଚ୍‌ଟି ଡ୍ର ହୋଇଯାଇଥିଲା। ତେବେ ଭାରତକୁ କ୍ୱାର୍ଟରରେ ପ୍ରବେଶ କରିବାକୁ ହେଲେ ଆଉ ଅଧିକ ପଏଣ୍ଟର ଆବଶ୍ୟକ ପଡୁଛି। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨୨ ତାରିଖରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ। ଏଥିରେ ଯେଉଁ ଟିମ୍‌ ଜିତିବ, ସିଧାସଳଖ କ୍ୱାର୍ଟରକୁ ପ୍ରବେଶ କରିବ।