ବିଶ୍ୱସ୍ତରୀୟ ଇଭି ଉତ୍କର୍ଷ କେନ୍ଦ୍ର ହେବ ଭାରତ

ନୂଆଦିଲ୍ଲୀ,୨୧।୧: ବର୍ତ୍ତମାନର ପରିବେଶ ଓ ବଜାର ଚାହିଦାକୁ ଆଖିଆଗରେ ରଖି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ) ମଧ୍ୟ ଇଲେକ୍‌ଟ୍ରିକ୍‌ ଭେଇକଲ ବା ଇଭି ଉତ୍ପାଦନରେ ମନୋନିବେଶ କରିଛି। ଏପରିକି ଭାରତକୁ ଇଭି ଉପତ୍ାଦନର ଏକ ବିଶ୍ୱସ୍ତରୀୟ ହବ୍‌ ବା ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ପାଇଁ ବ୍ରାଣ୍ଡ ପ୍ରୟାସ ଆରମ୍ଭ କରିଛି ବୋଲି ଏମ୍‌ଏସ୍‌ଆଇଏଲର ଏସ୍‌ଇଓ (ବିକ୍ରି ଏବଂ ବିପଣନ) ପାର୍ଥୋ ବାନାର୍ଜୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏମ୍‌ଏସ୍‌ଆଇଏଲର ପ୍ରଥମ ବ୍ୟାଟେରି ଇଲେକ୍‌ଟ୍ରିକ୍‌ ଭେଇକଲ ବା ବି-ଇଭି ଏସ୍‌ୟୁଭି ‘ଇ ଭିଟାରା’ର ଅନାବରଣ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ହୋଇଯାଇଛି। ଏଥିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବ୍ୟାପକ ପ୍ରିମିୟମ ସୁବିଧା ଏବଂ ‘ଇ ଫର୍‌ ମି’ ଇକୋ ସଲ୍ୟୁଶନ୍ସର ଫିଚର ଏହି ଯାନର ଚାହିଦା ଓ ଡିଜାଇନ୍‌କୁ ଆକର୍ଷିତ କରାଇଛି। ସେହିଭଳି ଅଲ ନ୍ୟୁ ହାର୍ଟଟେକ୍ଟ-ଇ ପ୍ଲାଟ୍‌ଫର୍ମରେ ନିର୍ମିତ ଏହି ମଡେଲ (ଇ ଭିଟାରା)କୁ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଉତ୍କୃଷ୍ଟ ପରିସୀମା ପ୍ରଦାନ କରିଥାଏ, ଯେଉଁଥିରେ ଅତୁଳନୀୟ ଆରାମ ଏବଂ ସୁରକ୍ଷା ସୁବିଧା ଅନ୍ତର୍ଭୁକ୍ତ ରହିଛି। ଏପରିକି ନିରାପତ୍ତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଏଥିରେ ୭ଟି ଏୟାର ବ୍ୟାଗ୍‌ ଏବଂ ୨ସ୍ତରୀୟ ଏଡିଏଏସ୍‌ (ଆଡ୍‌ଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ) ସାମିଲ ରହିଛି। ସେହିପରି ଦେଶବ୍ୟାପୀ ନେକ୍ସା ଡିଲରଶିପ୍‌ ମାଧ୍ୟମରେ ଏହି ମଡେଲକୁ ପର୍ଯ୍ୟାୟକ୍ରମେ ରୋଲ୍‌ଆଉଟ ସହ ପ୍ରଦର୍ଶିତ କରାଯିବ। ଏପରିକି ବ୍ରାଣ୍ଡର ସମର୍ପଣ ଭାବକୁ ଦୋହରାଇ ଇ ଭିଟାରା ଜାପାନ ଏବଂ ୟୁରୋପ ଭଳି ବଜାର ସମେତ ୧୦୦ରୁ ଅଧିକ ଦେଶକୁ ମଧ୍ୟ ରପ୍ତାନି କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଛନ୍ତି।