Categories: Home Leftଖେଳ

ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ

ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ହରାଇ ଦେଇଛି। ପୁରୁଷ ହକିର ନମ୍ବର ଓ୍ବାନ ଦଳ ବାରମ୍ବାର ଆଟାକ ଧ୍ୱଂଶ କରିଦେଇଥିଲା ଭାରତୀୟ ଡିଫେନ୍ସ ଭାଗକୁ। ଅଷ୍ଟ୍ରେଲିଆନ କୋଚ୍‌ ଗ୍ରାହମ ରିଡ୍‌ ୨୦୧୯ ଅପ୍ରିଲରେ କୋଚ୍‌ ଭାର ସମ୍ଭାଳିବା ପରେ ଏହା ଭାରତୀୟ ଦଳର ସବୁଠୁ ବଡ଼ ପରାଜୟ।

ଅଷ୍ଟ୍ରେଲିଆ ପାଇଁ ଡାନିଏଲ ବେଲ (୧୦ମ ମିନିଟ୍‌), ଜେରେମି ହଓ୍ବୋର୍ଡ (୨୧ତମ), ଜୋଶୁଆ ବେଲଜ (୨୬ତମ), ବ୍ଲାକ ଗୋଭର୍ସ (୪୦ ଓ ୪୨ତମ) ଏବଂ ଟିମ୍‌ ବ୍ରାଣ୍ଡ (୫୧ତମ) ଗୋଲ ସ୍କୋର କରିଥିଲେ। ଚତୁର୍ଥ ର଼୍ୟାଙ୍କଧାରୀ ଭାରତ ପକ୍ଷରୁ ୩୪ତମ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ ଦିଲପ୍ରୀତ ସିଂ।

ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିବା ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ମଙ୍ଗଳବାର ପରବର୍ତ୍ତୀ ମ୍ୟାଚ୍‌ରେ ସ୍ପେନକୁ ଭେଟିବ।