ପାକିସ୍ତାନର ଦୁଇ ଯୁଦ୍ଧ ବିମାନ ଖସାଇଲା ଭାରତ, ପାଇଲଟ୍‌ଙ୍କୁ ଖୋଜୁଛି ବାୟୁସେନା

ନୂଆଦିଲ୍ଲୀ,୧୦ା୫: ରାତିସାରା ଭାରତୀୟ ସୀମାନ୍ତ ସହରଗୁଡ଼ିକ ଉପରେ ପାକିସ୍ତାନର ନିରନ୍ତର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଇସଲାମାବାଦ, ରାଓ୍ବଲପିଣ୍ଡି ଏବଂ ଲାହୋର ସମେତ ପ୍ରମୁଖ ପାକିସ୍ତାନୀ ସହରଗୁଡ଼ିକରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି ଭାରତ। ଭାରତ ତିନୋଟି ପାକିସ୍ତାନୀ ବାୟୁସେନା ଘାଟି ନୁର ଖାନ, ମୁରିଦ ଏବଂ ରଫିକି ଉପରେ ଆକ୍ରମଣ କରିଛି।

ଇତିମଧ୍ୟରେ ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍‌ ଖସିଥିବା ସୂଚନାରୁ ଜଣାପଡ଼ିଛି। ଭାରତୀୟ ବାୟୁସେନା ପାକିସ୍ତାନର ଏହି ଦୁଇ ଯୁଦ୍ଧ ବିମାନ ଖସାଇ ଦେଇଛି। ଫଳରେ ଦୁଇ ପାକିସ୍ତାନ ପାଇଲଟ୍‌କୁ ବାୟୁସେନା ଖୋଜାଖୋଜି କରୁଛି।

ରିପୋର୍ଟ ଅନୁଯାୟୀ, ଭାରତ ଏହି ଆକ୍ରମଣ କରିବା ପାଇଁ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ବ୍ୟବହାର କରିଛି। ଭାରତୀୟ ପ୍ରତିଶୋଧମୂଳକ ଆକ୍ରମଣରେ ପାକିସ୍ତାନ ବାୟୁସେନା ହରାଇଥିବା ଜଣାପଡ଼ିଛି। ତଥାପି ପାକିସ୍ତାନ ଦାବି କରିଛି ଯେ, କୌଣସି କ୍ଷୟକ୍ଷତି ହୋଇନାହିଁ।

ଟାର୍ଗେଟ କରାଯାଇଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ବାରମୁଲ୍ଲା, ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜମ୍ମୁ, ଫିରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର, ଜଳନ୍ଧର, ଲାଲଗଡ଼ ଜଟ୍ଟା, ଜୈସଲମେର, ବାରମେର, ଭୁଜ, କୁଆରବେଟ ଏବଂ ଲାଖି ନାଲା ଅନ୍ତର୍ଭୁକ୍ତ। ଭାରତର ବାୟୁସେନା ଦ୍ୱାରା ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଥିଲା।