ପାକିସ୍ତାନର ୫୦ ଡ୍ରୋନ୍‌ ଖସାଇଲା ଭାରତ

ନୂଆଦିଲ୍ଲୀ,୯ା୫: ପାକିସ୍ତାନ ଭାରତ ବିରୋଧରେ ପୁଣି ହୀନ ଚକ୍ରାନ୍ତ କରିଛି। LOC ଏବଂ IBରେ ଡ୍ରୋନ୍‌ ଆକ୍ରମଣ କରିଛି। ତେବେ ଏହାର କଡ଼ା ଜବାବ ଦେଇଛି ଭାରତ। ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ୍‌କୁ ଖସାଇ ଦେଇଛି ଭାରତ। L-୭୦ ଗନ୍ସ, ZU-୨୩MM ଏବଂ ସିଲକାର ବ୍ୟବହାର କରିଛି ଭାରତ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ପାକିସ୍ତାନ ଡ୍ରୋନ୍‌ଗୁଡ଼ିକ ଧ୍ବଂସ ପାଇଯାଇଛି।