ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ ଭାରତ ଗସ୍ତ ପୂର୍ବରୁ ବାୟୁସେନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ଡିଏସିକୁ ଏହି ପ୍ରସ୍ତାବ ଦେବ ବୋଲି ସୋମବାର ସୂଚନା ଦେଇଛି । ରାଷ୍ଟ୍ରପତି ମାକରଁ ନୂଆଦିଲ୍ଲୀଠାରେ ଆୟୋଜନ ହେବାକୁ ଯାଉଥିବା ଏଆଇ ସମ୍ମିଳନୀରେ ଯୋଗ ଦେବାକୁ ଚଳିତ ମାସ ୧୫ରୁ ୧୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି।

ବାୟୁସେନା ରଖିଥିବା ପ୍ରସ୍ତାବ ମଧ୍ୟରେ ୧୧୪ଟି ରାଫାଲ୍‌ ମଧ୍ୟରୁ ୧୮ଟି ଫ୍ରାନ୍ସରୁ ଆମଦାନୀ କରାଯିବ। ବାକି ୯୬ ବିମାନ ଘରୋଇ ଉଦ୍ୟୋଗ ସହଯୋଗିତାରେ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ମୋଟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ। ବର୍ତ୍ତମାନ ଭାରତୀୟ ବାୟୁସେନାରେ ୩୬ଟି ରାଫଲ୍‌ ନିୟୋଜିତ ରହିଛି। ଅପରେସନ ସିନ୍ଦୂର ବେଳେ ଏହି ବିମାନଗୁଡିକ ଦ୍ୱାରା ଭାରତୀୟ ବାୟୁସେନା ଚମତ୍କାରିତା ଦେଖାଇ ପାକିସ୍ତାନର ବହୁ ପ୍ରତିରକ୍ଷା ଅନୁଷ୍ଠାନ ଏବଂ ଆତଙ୍କବାଦୀ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା।

 

Dharitri – Odisha’s No.1 Odia Daily

Share