Categories: Home Leftଖେଳ

ଆୟର୍ଲାଣ୍ଡ ସହ ଟି୨୦ ସିରିଜ ଖେଳିବ ଭାରତ

ଡବଲିନ୍‌, ୧୭ା୩: ଭାରତୀୟ ଟି୨୦ ଦଳ ଆସନ୍ତା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। କ୍ରିକେଟ ଆୟର୍ଲାଣ୍ଡ ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ସିରିଜ ମାଲାହାଇଡ୍‌ରେ ଖେଳାଯିବ। ଏହାଦ୍ୱାରା ସ୍ଥାନୀୟ ଖେଳପ୍ରେମୀ ବିଶ୍ୱର ନମ୍ବର ଓ୍ବାନ ଅନ୍ତର୍ଜାତୀୟ ଟି୨୦ ଦଳର ଖେଳ ଦେଖିବାର ସୁଯୋଗ ପାଇବେ ବୋଲି କ୍ରିକେଟ ଆୟର୍ଲାଣ୍ଡ ପ୍ରକାଶ କରିଛି। ଗତବର୍ଷ ଭାରତ ନୂଆ ଟି୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ଭେନ୍ୟୁରେ ୨ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା। ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଏହି ସିରିଜ ଖେଳାଯିବ।