Categories: Home Middleଖେଳ

୩୩୦ ରନ୍ କରି ମଧ୍ୟ ୩ ୱିକେଟରୁ ହାରିଲା ଭାରତ: କଠିନ ହେଲା ସେମିଫାଇନାଲ୍ ପଥ

ବିଶାଖାପାଟ୍ଟନମ୍,୧୨।୧୦: ମହିଳା ବିଶ୍ୱ କପ୍ ୨୦୨୫ର ୧୩ମ ମ୍ୟାଚରେ ଅଷ୍ଟ୍ରେଲିୟା ୩ ୱିକେଟରୁ ଭାରତକୁ ହରାଇଛି। ଏହା ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୩୦ ରନ୍ କରିଥିଲା, କିନ୍ତୁ ଅଷ୍ଟ୍ରେଲିୟା ୪ ବଲ୍ ବାକି ରଖି ୩୩୧ ରନ୍ ଲକ୍ଷ୍ୟ ଅନୁସରଣ କରି ୩ ୱିକେଟରେ ବିଜୟୀ ହୋଇଛି। ଏହା ମହିଳା ଦିନିକି ଇତିହାସର ସର୍ବାଧିକ ସଫଳ ରନ୍ ଚେଜ୍।

ଅଷ୍ଟ୍ରେଲିୟାର ଅଧିନାୟକ ଏଲିସା ହିଲିଙ୍କ ୮୫ ବଲ୍‌ରେ ଶତକୀୟ ଇନିଂସ ଭାରତକୁ ବିଜୟରୁ ଦୂରେଇଦେଇଛି। ସେ ୮୪ ବଲ୍‌ରେ ଶତକ ପୂରଣ କରି ଅଷ୍ଟ୍ରେଲିୟାକୁ ନିୟନ୍ତ୍ରଣରେ ରଖିଥିଲେ। ଏହା ତାଙ୍କର ୬ମ ଦିନିକିଆ ସେଣ୍ଟୁରି ଏବଂ ବିଶ୍ୱକପ୍‌ରେ ତୃତୀୟ ଶତକ। ଏଲିସ୍ ପେରି ମ୍ୟାଚ ଅଧାରୁ ରିଟାୟାର୍ଡ଼ ହାର୍ଟ ହୋଇଥିଲେ ମଧ୍ୟ ବିପଦରେ ପଡିଥିବା ଦଳକୁ ସାହାଯ୍ୟ ପାଇଁ ଶେଷରେ ବ୍ୟାଟିଂ ଆସିଥିଲେ ଏବଂ ସହାୟତା କରି ମ୍ୟାଚ୍ ଶେଷ କରିଥିଲେ।

Dharitri – Odisha’s No.1 Odia Daily

Share