ଭାରତକୁ ମିଳିଲା ଇସ୍ରାଏଲ ସ୍ପାଇକ ଏନ୍‌ଏଲଓଏସ୍‌ ମିସାଇଲ , ଶୀଘ୍ର ହେବ ପରୀକ୍ଷଣ

ନୂଆଦିଲ୍ଲୀ,୩।୮: ଭାରତୀୟ ବାୟୁସେନା ଶତ୍ରୁଙ୍କୁ ନଷ୍ଟ କରିବାକୁ ନିଜକୁ ଶକ୍ତିଶାଳୀ କରୁଛି। ଏହି କ୍ରମରେ ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍‌) ଇସ୍ରାଏଲ ସ୍ପାଇକ ନନ ଲାଇନ ଅଫ ସାଇଟ (ଏନ୍‌ଏଲଓଏସ୍‌) ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଛି। ଏହା ୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଉପରେ ଆକ୍ରମଣ କରିପାରିବ। ଏହା ମାଧ୍ୟମରେ ଯଦି ଆବଶ୍ୟକ ପଡେ, ତେବେ ଉଚ୍ଚତା ଅଞ୍ଚଳରେ ଶତ୍ରୁ ଟ୍ୟାଙ୍କଗୁଡିକ ନଷ୍ଟ କରାଯାଇପାରିବ। ଏନେଇ ପ୍ରତିରକ୍ଷା ପକ୍ଷରୁ ସୂଚନା ଦିଆଯାଇଛି। ସେ କହିଛି, ଇସ୍ରାଏଲର ବିପଜ୍ଜନକ ସ୍ପାଇକ ଏନ୍‌ଏଲଓଏସ୍‌ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ଭାରତକୁ ଦିଆଯାଇସାରିଛି। ବାୟୁସେନା ଶୀଘ୍ର ଏହାର ପରୀକ୍ଷଣ ମଧ୍ୟ କରିବ।