ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ୍‌,
ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଏହି ସେବା ଆରମ୍ଭ ହୋଇଥିବାବେଳେ ପରେ ଅନ୍ୟ ସହରରେ ଉପଲବ୍ଧ ହେବ। ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି ସେବାରେ ୫୦ ଗ୍ରାମ ଓଜନର ଡାକସେବା ପାଇଁ ଦେୟ ୩୮ ଟଙ୍କା, ୨୫୧ରୁ ୫୦୦ ଗ୍ରାମ୍‌ ଓଜନର ଡାକସେବା ମୂଲ୍ୟ ୨୦୦୦ କି.ମି.ରୁ ଅଧିକ ସ୍ଥାନ ପାଇଁ ୧୮୬ ଟଙ୍କା ରଖାଯାଇଛି।

 

Dharitri – Odisha’s No.1 Odia Daily

 

Share