ଭାରତ ପାକିସ୍ତାନ ଯୁଦ୍ଧ: କରାଚୀ ବନ୍ଦରରେ ଭାରତୀୟ ନୌସେନାର ବଡ଼ ହମଲା

ଇସଲାମାବାଦ,୮।୫:

ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ସମୟରେ ପାକିସ୍ତାନର କରାଚୀ ବନ୍ଦରରୁ ଏକାଧିକ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଖବର ମିଳିଛି। ଏହି ଆକ୍ରମଣ ଅପରେସନ ସିନ୍ଦୂରର ଏକ ଅଂଶ ବୋଲି ଅନୁମାନ କରାଯାଉଛି, ଯେଉଁଥିରେ ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ସ୍ଥାପନାଗୁଡ଼ିକୁ ଟାର୍ଗେଟ କରିଛି।

ସୂତ୍ର ଅନୁସାରେ, ଭାରତୀୟ ନୌସେନାର ପ୍ରଥମ ଦେଶୀୟ ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତ ଏବଂ ଅନ୍ୟାନ୍ୟ ଯୁଦ୍ଧଜାହାଜ ଅରବ ସାଗରରୁ କରାଚୀ ବନ୍ଦରରେ ସଠିକ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାକିସ୍ତାନୀ ନୌସେନାର କେତେକ ଜାହାଜ ଏବଂ ବନ୍ଦରରେ ଥିବା ସାମରିକ ସ୍ଥାନ ଗୁଡିକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି।

Share