୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍‌ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ: ଜାଣନ୍ତୁ କେଉଁ ଦିନ ହେବ ମୁକାବିଲା

ଦୁବାଇ,୨୬ା୯:ଚଳିତ ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୪ ମ୍ୟାଚ୍‌ରେ ପାକିସ୍ତାନ ୧୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ଫଳରେ ଆସନ୍ତା ୨୮ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଟାଇଟଲ ମୁକାବିଲାରେ ପୁଣି ଥରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ୧୯୮୪ରୁ ଆରମ୍ଭ ହୋଇଥିବା ଏସିଆ କପ୍‌ ଟୁର୍ନାମେଣ୍ଟର ୪୧ ବର୍ଷର ଇତିହାସରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ଥର ପାଇଁ ଫାଇନାଲରେ ମୁହଁାମୁହିଁ ହେବେ। ଚଳିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଭାରତ ସହଜରେ ବିଜୟ ଲାଭ କରିଛି।

Share