Categories: Home Middleଖେଳ

ପୁଣି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି)। ଏହି ଇଭେଣ୍ଟରେ ଭାରତ ପ୍ରଥମେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ ମାର୍ଚ୍ଚ ୬ରେ ଟୌରଙ୍ଗାଠାରେ ଖେଳାଯିବ।

ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଗତଥରର ଚାମ୍ପିୟନ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ ହାମିଲଟନର ଶେଡନ ପାର୍କରେ ଖେଳାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ୮ ଦଳ ମଧ୍ୟରେ ନକଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ମିଶାଇ ୩୧ ଦିନରେ ମୋଟ ୩୧ଟି ମ୍ୟାଚ ଅନୁଷ୍ଠିତ ହେବ। ଇଭେଣ୍ଟର ସମସ୍ତ ମ୍ୟାଚ୍‌ ଅକ୍‌ଲାଣ୍ଡ, ଖ୍ରିଷ୍ଟଚର୍ଚ୍ଚ, ଡୁନେଡିନ, ହାମିଲଟନ, ଟୌରଙ୍ଗା ଓ ଓ୍ବେଲିଂଟନ ଆଦି ୬ଟି ଭେନ୍ୟୁରେ ହେବ।

Share