ପ୍ରଥମ ଡୋଜ୍‌ ଟିକାକରଣ: ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ, ୪।୬: କୋଭିଡ୍‌-୧୯ ଟିକା ପ୍ରଥମ ଡୋଜ୍‌ ଦେବାରେ ଭାରତ ଆମେରିକାକୁ ଟପିଯାଇଛି। ଆମେରିକାରେ ୧୬.୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ଭାରତରେ ୧୭.୨ କୋଟି ଲୋକ ପ୍ରଥମ ଡୋଜ୍‌ ନେଇଥିବା ସରକାର ସୂଚନା ଦେଇଛନ୍ତି। ଆଓ୍ବାର ଓ୍ବାଲର୍‌ଡ ଇନ୍‌ ଡାଟା ପକ୍ଷରୁ ଦିଆଯାଇଥିବା ବିଶ୍ୱ ଟିକାକରଣ ତଥ୍ୟ ଅନୁଯାୟୀ ଆମେରିକୀୟଙ୍କ ତୁଳନାରେ ଭାରତୀୟ ପ୍ରଥମ ଡୋଜ୍‌ ଟିକା ଅଧିକ ନେଇଥିବା ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ କହିଛନ୍ତି। ଉକ୍ତ ତଥ୍ୟରେ ଚାଇନା ଟିକାକରଣ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ବ୍ରିଟେନ୍‌ ଏପର୍ଯ୍ୟନ୍ତ ୩.୯ କୋଟି ଏବଂ ଜର୍ମାନୀ ୩.୮ କୋଟି ଲୋକଙ୍କୁ ପ୍ରଥମ ଡୋଜ୍‌ ଦେଇଥିବା ତଥ୍ୟରେ ସୂଚନା ଦିଆଯାଇଛି।