Categories: Home Leftଖେଳ

ବିଜୟ ଦ୍ୱାରରେ ଭାରତ: ଆଉ ଦରକାର ୫୮ ରନ୍‌

ନୂଆଦିଲ୍ଲୀ, ୧୩।୧୦: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୪୮ ରନରେ ସୀମିତ ରହିଥିଲା।

ଫଳରେ ଫଲୋଅନ୍‌ ପାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଇନିଂସରେ ଜନ କାମ୍ପବେଲ ଓ ଶାଇ ହୋପ୍‌ଙ୍କ ଶତକ ବଳରେ ୩୯୦ ରନରେ ଅଲଆଉଟ୍‌ ହୋଇଥିଲା। ଏଥିଯୋଗୁ ୧୨୧ ରନର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୬୩ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲୋକେଶ ରାହୁଲ ୨୫ ଓ ସାଇ ସୁଦର୍ଶନ ୩୦ ରନରେ ବ୍ୟାଟିଂ କରୁଛନ୍ତି। ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ମାତ୍ର ୫୮ ରନ ଆବଶ୍ୟକ ଥିବା ବେଳେ ଓ୍ବେଷ୍ଟଇଣ୍ଡିଜକୁ ୯ ଉଇକେଟ ଦରକାର।