କୋଲକାତା,୧୯।୯: ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଭାରତର ଅଫିସିଆଲ ଏଣ୍ଟ୍ରୀ ଭାବେ ନୀରଜ ଘୟୱାନଙ୍କ ଚଳଚ୍ଚିତ୍ର ‘ହୋମବାଉଣ୍ଡ’କୁ ଚୟନ କରାଯାଇଛି। ଏହା ଭାରତୀୟ ସିନେମା ପାଇଁ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ।
କୋଲକାତାର ପ୍ରତିଷ୍ଠିତ ଗ୍ଲୋବ ସିନେମାରେ ଅନୁଷ୍ଠିତ ଏହି ପ୍ରେସ କନଫରେନ୍ସରେ ୧୪ ଜଣ ଜୁରୀ ସଦସ୍ୟ ଉପସ୍ଥିତ ଥିଲେ। ଏହି ଜୁରୀ ପ୍ୟାନେଲରେ ଏନ ଚନ୍ଦ୍ରା (ଅଧ୍ୟକ୍ଷ), ରଣବୀର ପୁଷ୍ପ ଏବଂ ଏଞ୍ଜେଲିକା ମୋନିକା ଆଦି ସାମିଲ ଥିଲେ। ଦେଶବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମଧ୍ୟରୁ ୨୪ଟି ଫିଲ୍ମକୁ ସର୍ଟଲିଷ୍ଟ କରାଯାଇ ଅନ୍ତିମ ଭାବେ ‘ହୋମବାଉଣ୍ଡ’କୁ ଓସ୍କାର ପାଇଁ ଚୟନ କରାଗଲା।
ନୀରଜ ଘୟୱାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’ ଚଳଚ୍ଚିତ୍ରଟି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଖୁବ ପ୍ରଶଂସା ଲାଭ କରିଥିଲା। ଏହା ସହ ୨୦୨୫ ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (TIFF) ରେ ଇଣ୍ଟରନ୍ୟାସନାଲ ପିପୁଲ୍ସ ଚଏସ ଆୱାର୍ଡରେ ଦ୍ୱିତୀୟ ଉପବିଜେତା ସ୍ଥାନ ହାସଲ କରିଛି।
**ସର୍ଟଲିଷ୍ଟ ହୋଇଥିବା ୨୪ଟି ଚଳଚ୍ଚିତ୍ର**
ଜୁରୀ ପ୍ୟାନେଲ ଦ୍ୱାରା ଚୟନ ହୋଇଥିବା ୨୪ଟି ଚଳଚ୍ଚିତ୍ର ମଧ୍ୟରେ ନିମ୍ନଲିଖିତ ଫିଲ୍ମ ସାମିଲ ରହିଛି:
୧. ଆଇ ୱାଣ୍ଟ ଟୁ ଟକ (ହିନ୍ଦୀ)
୨. ତନଭି ଦ ଗ୍ରେଟ (ହିନ୍ଦୀ)
୩. ଦ ବଙ୍ଗାଲ ଫାଇଲ୍ସ (ହିନ୍ଦୀ)
୪. ପୁଷ୍ପା ୨ (ତେଲୁଗୁ)
୫. ହୋମବାଉଣ୍ଡ (ହିନ୍ଦୀ)
୬. କେସରୀ ଚାପ୍ଟର ୨ (ହିନ୍ଦୀ)
୭. ସୁପରବୟ ଅଫ ମାଲେଗାଓଁ (ହିନ୍ଦୀ)
୮. ସ୍ଥଳ (ମରାଠୀ)
୯. କନ୍ନପ୍ପା (ତେଲୁଗୁ)
୧୦. ମେଟା ଦ ଡାଜଲିଂ ଗାର୍ଲ (ସାଇଲେଣ୍ଟ ଫିଲ୍ମ)
୧୧. ସାମ୍ବର ବୋଣ୍ଡା (ମରାଠୀ)
୧୨. ଦଶାବତାର (ମରାଠୀ)
୧୩. ବନବାସ (ହିନ୍ଦୀ)
୧୪. ପାଣି (ହିନ୍ଦୀ)
୧୫. ଗାନ୍ଧୀ ତଥା ଚେଟ୍ଟୁ (ତେଲୁଗୁ)
୧୬. ଅଟା ଥମ୍ବାୟଚା ନାୟ (ମରାଠୀ)
୧୭. କୁବେରା (ତେଲୁଗୁ)
୧୮. ବୁଙ୍ଗ (ମଣିପୁରୀ)
୧୯. ସଙ୍କ୍ରାନ୍ତିକୀ ବସ୍ତୁନ୍ନମ (ତେଲୁଗୁ)
୨୦. ହ୍ୟୁମାନ୍ସ ଇନ ଦ ଲୁପ (ହିନ୍ଦୀ)
୨୧. ଜୁଗନୁମା (ହିନ୍ଦୀ)
୨୨. ଫୁଲେ (ହିନ୍ଦୀ)
୨୩. ବୀର ଚନ୍ଦ୍ରହାସ (କନ୍ନଡ଼)
୨୪. ପାୟରେ (ହିନ୍ଦୀ)
ଏହି ଚୟନ ଭାରତୀୟ ସିନେମାର ବିବିଧତା ଏବଂ ସମୃଦ୍ଧିକୁ ପ୍ରତିଫଳିତ କରୁଛି। ‘ହୋମବାଉଣ୍ଡ’ର ଓସ୍କାର ଯାତ୍ରା ଭାରତୀୟ ସିନେମା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।