New Delhi: Minister of State (Independent Charge) Commerce and Industry, Nirmala Sitharaman at a press conference in New Delhi on Wednesday. PTI Photo by Manvender Vashist(PTI9_10_2014_000029B) *** Local Caption ***
ନୂଆଦିଲ୍ଲୀ,୨୬।୯: ଭାରତକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଭଳି ୪ରୁ ୫ ବୃହତ ବ୍ୟାଙ୍କର ଆବଶ୍ୟକତା ରହିଛି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଦେଶର ବର୍ଦ୍ଧିିତ ଚାହିଦା ପୂରଣ ଦିଗରେ ଏହା ସହାୟକ ହୋଇପାରିବ। ମହାମାରୀ ପରବର୍ତ୍ତୀ ସମୟରେ ସୁଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ଏହା ଯୋଗଦାନ ରଖିବ ବୋଲି ସେ କହିଛନ୍ତି।
ମୁମ୍ବାଇଠାରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ୭୪ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ କରିବା ଲାଗି ବ୍ୟାଙ୍କିଙ୍ଗ୍ କାରବାରର ପରିସରକୁ ବଢ଼ାଇବା ଆବଶ୍ୟକ। ଦେଶର ପ୍ରତି ଅର୍ଥନୈତିକ ସେଣ୍ଟରଗୁଡିକରେ ବ୍ୟାଙ୍କର ଉପସ୍ଥିତି ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଣ ନେଇ ସେ ଆହ୍ବାନ ଦେଇଛନ୍ତି। ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ଡିଜିଟାଲ ଟେକ୍ନୋଲୋଜି ଉପରେ ଧ୍ୟାନ ଦେବାକୁ ସେ ମତ ରଖିଛନ୍ତି। ଦେଶର ୭.୫ ଲକ୍ଷ ଗ୍ରାମ ପଞ୍ଚାୟରେ ଫାଇବାର ଅପ୍ଟିକାଲ ନେଟଓ୍ବର୍କ ରହିଛି। ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ସ୍ଥାନଗୁଡିକ ଲାଗି ଏହା ବ୍ୟବହାର କରାଯାଇପାରିବ। ୨୦୩୦ ସୁଦ୍ଧା ୨ ଲକ୍ଷ କୋଟି ଡଲାର ରପ୍ତାନି ଲକ୍ଷ୍ୟ ଦିଗରେ ବ୍ୟାଙ୍କଗୁଡିକ ଯୋଗଦାନ ରଖିବାକୁ ହେବ। ସରକାରୀ ସ୍ତରରେ ଡେଭଲପମେଣ୍ଟ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଶନ ଶୀଘ୍ର ଆସିବ। ବର୍ତ୍ତମାନ ସ୍ଥିତିରେ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାବେ ବ୍ୟାଙ୍କ ଗୁଡିକ କାର୍ଯ୍ୟ କରିପାରିବେ ବୋଲି ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।