Categories: Home Leftଖେଳ

ମାଲେସିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୬ା୮ (ପି.ଟି.): ଓମାନଠାରେ ଚାଲିଥିବା ଏସିଆନ ଓମେନ୍ସ ୫ ଏ-ସାଇଡ୍‌ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର ମାଲେସିଆକୁ ୭-୨ ଗୋଲ୍‌ରେ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଭାରତ ତରଫରୁ ନବଜୋତ କୌର (୩ୟ, ୨୮ତମ ମିନିଟ୍‌), ଅକ୍ଷତ ଢେକାଲେ (୪ର୍ଥ), ମାରିଆନା କୁଜୁର (୧୭ତମ), ମୋନିକା ଦୀପି ଟୋପ୍ପୋ (୧୨ତମ, ୨୦ତମ) ଏବଂ ମହିମା ଚୌଧାରୀ(୨୮ତମ) ଗୋଲ୍‌ ସ୍କୋର କରିଥିଲେ। ମାଲେସିଆ ପକ୍ଷରୁ ଓ୍ବାନ୍‌ ଓ୍ବାନ୍‌ (୭ମ) ଓ ଅଜିଜ୍‌ ଜାଫିରା (୧୧ଶ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ପ୍ରତିଯୋଗିତା ବିଶ୍ୱକପ୍‌ ପାଇଁ କ୍ୱାଲିଫାୟର ରୂପେ ବିବେଚନା କରାଯାଉଛି। ଭାରତ ଏହାର ପରବର୍ତ୍ତୀ ଗେମ୍‌ ଶନିବାର ଜାପାନ ବିପକ୍ଷରେ ଖେଳିବ।