ଲଗାତର ୨୦ଥର ପାଇଁ ଟସ୍‌ ହାରିଲା ଭାରତ: ଦକ୍ଷିଣ ଆଫ୍ରିକା ଦଳକୁ ଫେରିଲେ ବାଭୁମା

ରାୟପୁର,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ରାୟପୁରରେ ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ଦିନିକିଆରେ ଲଗାତାର ୨୦ତମ ଟସ ହାରିଛି। ବାଭୁମା କହିଛନ୍ତି, ତାଙ୍କ ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରାଯାଇଛି। ବାଭୁମା ଦଳକୁ ଫେରିଛନ୍ତି ଏବଂ ଲୁଙ୍ଗି ଏନଗିଡି ଏବଂ କେଶବ ମହାରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଭାରତୀୟ ଅଧିନାୟକ କେଏଲ ରାହୁଲ କହିଛନ୍ତି, ତାଙ୍କ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଦକ୍ଷିଣ ଆଫ୍ରିକା ରିଆନ ରିକେଲଟନ, ପ୍ରେନାଲାନ ସୁବାଇୟାନ ଏବଂ ବାର୍ଟମ୍ୟାନଙ୍କୁ ବାଦ ଦେଇଛି।
ଭାରତ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଋତୁରାଜ ଗାୟକ୍ୱାଡ, କେଏଲ ରାହୁଲ (ଅଧିନାୟକ ଏବଂ ଉଇକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ (ଉଇକେଟକିପର), ଆଇଡେନ ମାର୍କରାମ, ଟେମ୍ବା ବାଭୁମା (ଅଧିନାୟକ), ଡେୱାଲ୍ଡ ବ୍ରେଭିସ, ମାଥ୍ୟୁବ୍ରିଜେ, ଟୋନି ଡି ଜିଓର୍ଗି, ମାର୍କୋ ଜାନସେନ, କର୍ବିନ ବୋଶ, କେଶବ ମହାରାଜ, ନାଣ୍ଡ୍ରେ ବର୍ଗର, ଲୁଙ୍ଗି ଏନଗିଡି।

 

Dharitri – Odisha’s No.1 Odia Daily