Categories: Home Leftଖେଳ

‘ଭାରତ ଅପରାଜେୟ ଦଳ ନୁହେଁ, ପ୍ରତ୍ୟେକ ଦଳ ହରାଇପାରିବେ’

ଦୁବାଇ,୨୩ା୯: ଭାରତ ଏକ ଅପରାଜେୟ ଦଳ ନୁହେଁ। ମ୍ୟାଚ୍‌ ଦିନ କେଉଁ ଦଳ ଭଲ ଖେଳିଲା, ତାହା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଚାମ୍ପିୟନ ଭାରତ ବିପକ୍ଷରେ ବୁଧବାର ହେବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଂଲାଦେଶ ମୁଖ୍ୟ କୋଚ୍‌ ଫିଲ ସିମନ୍ସ ଏହା କହିଛନ୍ତି।

ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟରେ ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିବାରୁ ବାଂଲାଦେଶ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଭାରତ ବିପକ୍ଷ ମ୍ୟାଚ୍‌ରେ ଓହ୍ଲାଇବ।

ସମ୍ମିଳନୀରେ ସିମନ୍ସଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଭାରତୀୟ ଦଳକୁ ହରାଇ ହେବ କି। ଉତ୍ତରରେ ସିମନ୍ସ କହିଥିଲେ ଯେ, ପ୍ରତ୍ୟେକ ଦଳ ପାଖରେ ଭାରତକୁ ହରାଇବାର ଦକ୍ଷତା ରହିଛି। ମ୍ୟାଚ୍‌ ଖେଳାଯାଉଥିବା ଦିନରେ କିଏ ଭଲ ଖେଳିଲା, ତାହା ଗୁରୁତ୍ୱପୂର୍ଣ୍ଣ। ଭାରତ ପୂର୍ବରୁ କ’ଣ କରିଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବୁ ଏବଂ ଭାରତର ଅସ୍ତ୍ରଶସ୍ତ୍ରରେ ତ୍ରୁଟି ଖୋଜି ପାଇବାକୁ ଆଶା ରଖିବୁ। ଆମେ ଏଭଳି ଉପାୟରେ ମ୍ୟାଚ୍‌ ଜିତୁ।

Share