ବାଂଲାଦେଶ ଉପରେ କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ,୨୮ା୬: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ଅନ୍ତରୀଣ ସରକାରରେ ଭାରତ ସହ ସମ୍ପର୍କ ଖରାପ ହୋଇଥିବା ବେଳେ ସେଠାରୁ ଆମଦାନୀ ହେଉଥିବା ଝୋଟ ଓ ଆନୁଷଙ୍ଗିକ ତନ୍ତୁ ଉତ୍ପାଦ ଉପରେ ନୂଆଦିଲ୍ଲୀ କଟକଣା ଲଗାଇଛି।

ମହାରାଷ୍ଟ୍ରର ନାଭା ଶେଭା ବନ୍ଦର ବ୍ୟତୀତ ଅନ୍ୟ ସମସ୍ତ ସ୍ଥଳ ଓ ସାମୁଦ୍ରିକ ବନ୍ଦର ପଥରେ ଉକ୍ତ ସାମଗ୍ରୀ ଆମଦାନୀ ହେବ ନାହିଁ ବୋଲି ଶନିବାର କୁହାଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ ଅଞ୍ଚଳ (ଏସ୍‌ଏଏଫ୍‌ଟିଏ)ର ବ୍ୟବସ୍ଥା ଅନୁଯାୟୀ ବାଂଲାଦେଶରୁ ଭାରତ ଆସୁଥିବା ଝୋଟ ଉପରେ ଶୁଳ୍କ ଲାଗୁ ନ ଥିଲା। ଫଳରେ ଭାରତୀୟ ଝୋଟ ଶିଳ୍ପ ଦୀର୍ଘବର୍ଷ ଧରି ପ୍ରଭାବିତ ହେଉଥିଲେ।