ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲା, କିନ୍ତୁ ପ୍ରତିବଦଳରେ ତୁର୍କୀ ଭାରତକୁ ପିଠିରେ ଛୁରୀ ମାରି ଶତ୍ରୁ ଦେଶ ପାକିସ୍ତାନକୁ ସମର୍ଥନ କରିଥିଲା। ଏହା କୌଣସି ଭାରତୀୟଙ୍କୁ ପସନ୍ଦ ଆସିନାହିଁ ଏବଂ ଦେଶରେ ତୁର୍କୀ ଜିନିଷକୁ ବୟକଟ କରାଯିବା ଆରମ୍ଭ ହୋଇଛି। ବ୍ୟବସାୟୀମାନେ ତୁର୍କୀରୁ ସେଓ ଏବଂ ମାର୍ବଲ ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ, ତୁର୍କୀରୁ ଭାରତକୁ ଆସୁଥିବା ଅନ୍ୟ ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗୁ ହୋଇପାରେ।

ଭାରତ ତୁର୍କୀରୁ କଣ ଆମଦାନୀ କରେ?

ଭାରତରେ ହ୍ୟାସଟ୍ୟାଗ ବୟକଟ ତୁର୍କୀ ଆରମ୍ଭ ହୋଇଛି। ଭବିଷ୍ୟତରେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ କଟକଣା ଲାଗୁ ହୋଇପାରେ। ତୁର୍କୀରୁ ଭାରତକୁ ଅନେକ ଜିନିଷ ଆସେ, ଯାହାକୁ ବହୁତ ପସନ୍ଦ କରାଯାଏ। ଭାରତରେ, ତୁର୍କୀରୁ ପ୍ରଚୁର ପରିମାଣରେ ମାର୍ବଲ ଆମଦାନୀ କରାଯାଏ। ରିପୋର୍ଟ ଅନୁଯାୟୀ, ଭାରତରେ ୭୦ ପ୍ରତିଶତ ମାର୍ବଲ ତୁର୍କୀରୁ ଆସିଥାଏ। ଏହା ବ୍ୟତୀତ ପ୍ରତିବର୍ଷ ୧ ଲକ୍ଷ ୨୯ ହଜାର ୮୮୨ ମେଟ୍ରିକ ଟନ ସେଓ ଆମଦାନୀ କରାଯାଏ। ଏହା ବ୍ୟତୀତ, ତୁର୍କୀରୁ ଫର୍ଣ୍ଣିଚର, କାର୍ପେଟ, ହାତ ତିଆରି ସାଜସଜ୍ଜା ସାମଗ୍ରୀ, ଲିନେନ, ରେଶମ, ମସଲା, ଅଲିଭ୍‌ ଅଏଲ୍‌, ବାଦାମ, ଅଖରୋଟ, ଚେରି, ଔଷଧୀୟ ଏବଂ କିଛି ସ୍ବତନ୍ତ୍ର ପାନୀୟ ମଧ୍ୟ ଆମଦାନୀ କରାଯାଏ।

ବିଶେଷକରି ସହରାଞ୍ଚଳରେ ଏହି ସମସ୍ତ ସାମଗ୍ରୀର ଚାହିଦା ଅଧିକ। ସେଠାରୁ ଭାରତକୁ ଅନେକ ପ୍ରକାରର ଶିଳ୍ପ ମେଶିନ ନିର୍ମାଣ ଉପକରଣ ଏବଂ କୃଷି ଉପକରଣ ଆମଦାନୀ କରାଯାଏ। ଏହି ସାମଗ୍ରୀଗୁଡ଼ିକ ନିର୍ମାଣ, କୃଷି ଏବଂ ଉତ୍ପାଦନରେ ବ୍ୟବହୃତ ହୁଏ। ଏହା ବ୍ୟତୀତ, ଭାରତର ହୋଟେଲଗୁଡ଼ିକରେ ଅନେକ ତୁର୍କୀ ଖାଦ୍ୟର ମଧ୍ୟ ଚାହିଦା ଅଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ତୁର୍କୀ ଖାଦ୍ୟର ବହୁତ ଚାହିଦା ଅଛି। ଲୋକମାନେ ଏହି ଖାଦ୍ୟ ପାଇଁ ହୋଟେଲକୁ ଯାଆନ୍ତି। ତୁର୍କୀ ଖାଦ୍ୟ ଖୁନାଫା ବହୁତ ପ୍ରସିଦ୍ଧ ଏବଂ ତୁର୍କୀ କବାବ ମଧ୍ୟ ବହୁତ ପସନ୍ଦ କରାଯାଏ। ଲୋକମାନେ ସେମାନଙ୍କର ସ୍ବାଦକୁ ବହୁତ ପସନ୍ଦ କରନ୍ତି।

ତୁର୍କୀ ଚା’ ମଧ୍ୟ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ କାରଣ ଏହା ଏକ ବଡ଼ ଗ୍ଲାସରେ ପରିବେଷଣ କରାଯାଏ। ଯଦିଓ ଏହାର ସ୍ବାଦ ବିଶେଷ କିଛି ନୁହେଁ, ଲୋକମାନେ ଏହାକୁ ପିଇବାକୁ ବହୁତ ପସନ୍ଦ କରନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତୁର୍କୀ ସହିତ ଭାରତର ମୋଟ ବାଣିଜ୍ୟ ୧୦.୪୩ ବିଲିୟନ ଡଲାର ଥିଲା।ଯେଉଁଥିରୁ ରପ୍ତାନି ୬.୬୫ ବିଲିୟନ ଡଲାର ଏବଂ ଆମଦାନୀ ୩.୭୮ ବିଲିୟନ ଡଲାର ଥିଲା।

 

Share