Categories: Home Leftଖେଳ

ଭାରତର ପାଳି ଘୋଷଣା

ଲଣ୍ଡନ,୧୬।୮: ଲଡର୍‌ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୨୭୧ରନ୍‌ ଆଗରେ ଅଛି ଟିମ୍‌ ଇଣ୍ଡିଆ।

ଦ୍ୱିତୀୟ ଇନିଂସରେ ଫେଲ୍‌ ମାରିଥିଲା ଭାରତୀୟ ଦଳର ଟପ୍‌ ଅର୍ଡର। ମାତ୍ର ୫୫ ରନ୍‌ ମଧ୍ୟରେ ପଡ଼ି ସାରିଥିଲା ରୋହିତ ଶର୍ମା (୨୧), ଲୋକେଶ ରାହୁଲ (୫) ଓ ଅଧିନାୟକ ବିରାଟ କୋହଲି (୨୦)ଙ୍କ ଉଇକେଟ। ସଙ୍କଟ ଜନକ ପରିସ୍ଥିତିରେ ସ୍ଥିତି ସମ୍ଭାଳିଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୬୧) ଓ ଚେତେଶ୍ୱର ପୂଜାରା (୪୫)। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୦ ରନ୍‌। କିନ୍ତୁ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିବାରୁ ଟିମ୍‌ ଇଣ୍ଡିଆ ପୁଣି ଥରେ ସଙ୍କଟରେ ପଡିଥିଲା। ଭାରତୀୟ ଦଳ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ୧୮୧ ରନ୍‌ କରିଥିଲା। ପଞ୍ଚମ ଦିନରେ ପନ୍ତ ୧୪ ଓ ଈଶାନ୍ତ ଶର୍ମା ୪ ରନ୍‌ କରି ପଡିଆକୁ ଓହ୍ଲାଇ ଥିଲେ। ହେଲେ ସକାଳୁ ସକାଳୁ ପନ୍ତ ୨୨ ଏବଂ ଈଶାନ୍ତ ୧୬ ରନ୍‌ କରି ଆଉଟ ହୋଇଯାଇଥିଲେ। ଏଭଳି ସ୍ଥିତିରେ ମହମ୍ମଦ ଶାମି ଏବଂ ଜଶପ୍ରୀତ ବୁମ୍‌ରା ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଶାମି ୫୬ ରନ୍‌ କରିଥିବା  ବେଳେ ବୁମ୍‌ରା ୩୪ ରନ୍‌ କରିଥିଲେ। ଫଳରେ ଭାରତ ୨୮୯ ରନ୍‌ କରି ପାଳି ଘୋଷଣା କରିଥିଲା।