ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆର ଦୁଇ ଓପନର ଏଲିଆ ହିଲେ ଏବଂ ବେଥ୍‌ ମୋନି ପ୍ରାରମ୍ଭରୁ ଭଲ ଷ୍ଟାଟ୍‌ ଦେଇଥିଲେ। ବେଥ୍‌ ମୋନି ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ମିଗି ଲାନିନିଙ୍ଗ ୪୯ ରନ୍‌ କରି ନଟ୍‌ଆଉଟ ରହିଥିଲେ। ସେହିପରି ଏସ୍‌ଲେ ଗାର୍ଡନର ୩୧ ରନ୍‌ କରିଥିବା ବେଳେ ଏଲିସା ହିଲେ ୨୫ ରନ୍‌ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୧୭୨ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ଶିଖା ପାଣ୍ଡେ ୨ ଉଇକେଟ ନେଇଥିବା ବେଳେ ରାଧା ଯାଦବ ଏବଂ ଦିପ୍ତୀ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share