Categories: Home Leftଖେଳ

ସିରିଜ ଜିତିବା ଲାଗି ୧୫୪ ରନ୍‌ର ଟାର୍ଗେଟ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଟିମ୍‌ ଇଣ୍ଡିଆ ଆଗରେ ସିରିଜ ଜିତିବା ଲାଗି ୧୫୪ ରନ୍‌ର ଟାର୍ଗେଟ ରହିଛି।

ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗୁପଟିଲ ଏବଂ ଡାରିଲ ମିଚେଲ ୩୧ ରନ୍‌ ଲେଖାଏଁ କରିଥିଲେ। ସେହିପରି ମାର୍କ ଚାପମ୍ୟାନ ୨୧ ରନ୍‌ କରିଥିବା ବେଳେ ଗ୍ଲେନ ଫିଲିପ୍ସ ୩୪, ଟିମ ସେଫର୍ଟ ୧୩ ରନ୍‌ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୫୩ ରନ୍‌ରେ ଅଟକି ଯାଇଥିଲା। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ ଜିତି ଆଗୁଆ ରହିଥିବା ବେଳେ ୧୫୪ ରନ୍‌ର ଟାର୍ଗେଟ ପୂରଣ କରି ସିରିଜ ବିଜୟ ନେଇ ଆଶାବାଦୀ ରହିଛି।

ଭାରତର ପ୍ରଥମ ମ୍ୟାଚ ଖେଳୁଥିବା ହର୍ଷଲ ପଟେଲ ୨ଟି ଉଇକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର, ଦୀପକ ଚହର, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।