ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦ ଦିନିକିଆ ପରେ ଟସ ଜିତିଥିଲା। ଏଥିରେ ଖୁସି ହୋଇ ରାହୁଲ ସେଲିବ୍ରେଶନ୍‌ କରିଥିଲେ। ଭାରତ ପାଇଁ ଟସ ଜିତିବାର ଗୁରୁତ୍ୱ ଏହି କଥାରୁ ଅନୁମାନ କରାଯାଇପାରେ। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଦୁଇଟି ପରିବର୍ତ୍ତନ କରିଛି, ରିକ୍ଲେଟନ ଏବଂ ବାର୍ଟମ୍ୟାନ ଦଳକୁ ଫେରିଛନ୍ତି। ଡି ଜର୍ଜି ଏବଂ ନାଣ୍ଡ୍ରେ ବର୍ଗର ଦଳରୁ ବାଦ୍‌ ପଡ଼ିଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି। ଉଭୟ ଦଳ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ଲକ୍ଷ ରଖିଛନ୍ତି।

 

Dharitri – Odisha’s No.1 Odia Daily

 

Share