ଭାରତ ଆଉ ଜଣେ ପାକିସ୍ତାନ ହାଇ କମିଶନ ଅଧିକାରୀଙ୍କୁ ତଡି଼ଲା, ୮ ଦିନରେ ଦ୍ୱିତୀୟ

ନୂଆଦିଲ୍ଲୀ,୨୧।୫: ଭାରତ ବୁଧବାର ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଦ୍ୱିତୀୟ ଜଣେ ଅଧିକାରୀଙ୍କୁ “ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା” ଅଭିଯୋଗରେ ବହିଷ୍କାର କରିଛି ଏବଂ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।

ଏହି କାର୍ଯ୍ୟାନୁଷ୍ଠାନ ଭାରତର ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଅଡ୍ଡା ଉପରେ ଆକ୍ରମଣ ଏବଂ ପରବର୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ସାମରିକ ମୁହାଁମୁହିଁ ଯୋଗୁଁ ଉତ୍ତେଜନା ବୃଦ୍ଧି ମଧ୍ୟରେ ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି: “ଭାରତ ସରକାର ନୂଆ ଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ, ଭାରତରେ ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ, ପର୍ସୋନା ନନ୍ ଗ୍ରାଟା ଘୋଷଣା କରିଛନ୍ତି। ଏହି ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ କୁହାଯାଇଛି।”

Share