Categories: Home Leftଖେଳ

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ ୩-୧ ଗୋଲ୍‌ରେ ଓ୍ବେଲ୍ସକୁ ପରାସ୍ତ କରିଛି।

ଦଳ ତରଫରୁ ହୀନା ବାନୋ (୧୪ତମ ମିନିଟ), ସୁନେଲିତା ଟପ୍ପୋ (୨୪ତମ) ଓ ଇଶିକା(୩୧ତମ) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରିଥିବା ବେଳେ ଓ୍ବେଲ୍ସ ପାଇଁ ଏଲୋଇଜ୍‌ ମୋଟ୍‌ (୫୨ତମ) ଏକମାତ୍ର ଗୋଲ ଦେଇଥିଲେ। ପୁଲ୍‌ ପର୍ଯ୍ୟାୟରେ ଦୁଇ ବିଜୟ ଓ ଗୋଟିଏ ପରାଜୟ ବରଣ କରିଥିବା ଭାରତ ୯ମ ସ୍ଥାନ ଅଧିକାର କରିଛି।