Categories: Home Leftଖେଳ

ସ୍ବର୍ଣ୍ଣ ପଦକ ପାଇଁ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ

ହାଙ୍ଗ୍‌ଝୋ,୬ା୧୦: ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁ ଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟାଇଟଲ ଫେଭରାଇଟ୍‌ ଭାରତର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟସ୍‌ ଜିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ବାଂଲାଦେଶକୁ ୯୬/୯ ସ୍କୋରରେ ସୀମିତ କରିଦେଇଥିଲେ। ସହଜ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୯.୨ ଓଭରରେ ହାସଲ କରିନେଇଥିଲା।

Share