Categories: Home Leftଖେଳ

ବୋଲରଙ୍କୁ କ୍ଷମା ଦେଲେ ନି ଟିମ୍‌ ଇଣ୍ଡିଆର ନୂଆ ଓପନିଂ ଯୋଡ଼ି

ଦୁବାଇ,୧୮।୧୦: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୧୮୯ ରନ୍‌ର ଟାର୍ଗେଟକୁ ଟିମ୍‌ ଇଣ୍ଡିଆ ଗୋଟିଏ ଓଭର ପୂର୍ବରୁ ହାସଲ କରି ନେଇଛି। ମ୍ୟାଚ୍‌ରେ ଭାରତୀୟ ଦଳକୁ ମିଳିଛି ନୂଆ ଓପନିଂ ଯୋଡ଼ି।

ଲୋକେଶ ରାହୁଲ ଓ ଇଶାନ କିଷନ ୮ ଓଭରରେ ୮୨ ରନ୍‌ ଯୋଡ଼ିଥିଲେ। ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବା ରାହୁଲ ୨୪ ବଲରେ ୬ ଚୌକା ଓ ୩ ଛକା ବଳରେ ଖେଳିଥିଲେ ୫୧ ରନ୍‌ କରିଥିଲେ। ସେହିଭଳି ୭୦ ରନ୍‌ର ପାଳି ଖେଳିଥିଲେ କିଷନ। ରିଟାର୍ଡ ହର୍ଟ ହେବା ପୂର୍ବରୁ ସେ ୭ ଚୌକା ଓ ୩ ଛକା ଲାଗାଇଥିଲେ। କିନ୍ତୁ ବିଫଳ ହୋଇଥିଲେ ଅଧିନାୟକ ବିରାଟ କୋହଲି(୧୧) ଓ ସୂର୍ଯ୍ୟକୁମାର ଯାଦବ (୮)। ମାତ୍ର ରିଷଭ ପନ୍ତ ୨୯ ରନ୍‌ (୧ ଚୌକା ଓ ୩ ଛକା)ର ଏକ ପରିପକ୍ୱ ପାଳି ଖେଳିଥିଲେ। ଫଳରେ ଭାରତ ୧୯ ଓଭରରେ ୩ ଉକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୫ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଦଳ ପାଇଁ ଜନ୍ନି ବେଆରଷ୍ଟୋ ୪୯, ଲିଆମ ଲିଭିଂଷ୍ଟୋନ ୩୦, ମୋଇନ ଅଲି ୪୩ ରନ୍‌ କରିଥିଲେ। ଭାରତ ଲାଗି ବୋଲିଂରେ କେବଳ ମହମ୍ମଦ ଶାମି (୩ ଉଇକେଟ ) କିଛି କାଂଶରେ ସଫଳତା ପାଇଥିଲେ।