Medication prepared for people affected by Covid-19, Remdesivir is a selective antiviral prophylactic against virus that is already in experimental use, conceptual image
ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦେଶରେ କରୋନା ସ୍ଥିତି ନ ସୁଧିରିବା ପର୍ଯ୍ୟନ୍ତ ରେମଡେସିଭିର ଇଞ୍ଜେକଶନ ଓ ଏହାର ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନର ରପ୍ତାନୀ କରାଯାଇ ପାରିବ ନାହିଁ।
ଦେଶରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି। ରବିବାର ସୁଦ୍ଧା ଦେଶରେ ୧୧.୦୮ ଲକ୍ଷ ଆକ୍ଟିଭ କୋଭିଡ୍ ମାମଲା ରହିଛି। ଏଣୁ ବଢ଼ି ଯାଇଛି ରେମଡେସିଭିର ଇଞ୍ଜେକଶନର ଆବଶ୍ୟକତା। କାରଣ ଏହା କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯାଉଛି। ଆଗକୁ ଏହାର ଆବଶ୍ୟକତା ଅଧିକ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ଆମେରିକାର ଗିଲିୟଡ୍ ସାଇନ୍ସ ସହ ଅନୁବନ୍ଧିତ ୭ଟି ଭାରତୀୟ କମ୍ପାନୀ ରେମଡେସିଭିର ପ୍ରସ୍ତୁତ କରୁଛନ୍ତି। ଏମାନେ ମାସକୁ ୩୮.୦୮ ଲକ୍ଷ ୟୁନିଟ୍ ପ୍ରସ୍ତୁତ କରୁଛନ୍ତି।