Categories: Home Leftଖେଳ

ଏସିଆ କପରେ ୨ ଥର ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ଏସିଆ କପ ୨୦୨୩ର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହେବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହ ଥିବା ଜଣାପଡିଛି। ଏଥର ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏସିଆ କପର ପ୍ରଥମ ୪ ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏଥି ସହିତ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ଟୁର୍ନାମେଣ୍ଟରେ ଅତି କମରେ ୨ଟି ମ୍ୟାଚ ଖେଳାଯିବ ବୋଲି ସମ୍ପୂର୍ଣ୍ଣ ଆଶା ରହିଛି।

ଭାରତ ଏବଂ ପାକିସ୍ତାନର ଦଳ ଏସିଆ କପରେ ସମାନ ଦଳରେ ଅଛନ୍ତି ଏବଂ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ୨ ସେପ୍ଟେମ୍ବରରେ ଦେଖିବାକୁ ମିଳିବ। ଏଥି ସହିତ ସୁପର -୪ ପର୍ଯ୍ୟାୟରେ ସେପ୍ଟେମ୍ବର ୧୦ରେ ପୁଣି ଥରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ହେବ। ଉଭୟ ମ୍ୟାଚ ଶ୍ରୀଲଙ୍କାର ଦମ୍ବୁଲା କିମ୍ବା କେଣ୍ଡିରେ ଖେଳାଯାଇପାରେ।