କୋଲକାତା,୧୫।୧୧:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି। ପ୍ରଥମ ଇନିଂସରେ ଭାରତ ୧୮୯ ରନ କରିଛନ୍ତି। ଫଳରେ ଟିମ୍ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଉପରେ ୩୦ ରନର ସାମାନ୍ୟ ଅଗ୍ରଣୀ ନେଇଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇ ରିଟାୟାର୍ଡ ହର୍ଟ ହୋଇଥିଲେ। ସେ ଆଉ ବ୍ୟାଟିଂ କରିପାରି ନ ଥିଲେ, ଫଳରେ ଭାରତର ପ୍ରଥମ ଇନିଂସ ନଅ ଉଇକେଟ ହରାଇ ଶେଷ ହୋଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା।
ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୯ ରନ କରିଥିଲେ। ୱାଶିଂଟନ ସୁନ୍ଦର ୨୯ ରନ କରିଥିଲେ। ରାହୁଲ ଏବଂ ୱାଶିଂଟନ ଦ୍ୱିତୀୟ ଉଇକେଟ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ୨୭, ରବିନ୍ଦ୍ର ଜାଡେଜା ୨୭, ଅକ୍ଷର ପଟେଲ ୧୪, ଧ୍ରୁବ ଜୁରେଲ ୧୪, ଯଶସ୍ବୀ ଜୟସ୍ବାଲ ୧୨, କୁଲଦୀପ ଯାଦବ ୧, ମହମ୍ମଦ ସିରାଜ ୧, ଏବଂ ଜସପ୍ରୀତ ବୁମରା ଅପରାଜିତ ୧ ରନ କରିଥିଲେ। ଗିଲ ଚାରି ରନ କରିବା ପରେ ରିଟାୟାର୍ଡ ହର୍ଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାମର୍ର୍ ଚାରି ଉଇକେଟ ନେଇଥିଲେ। ମାର୍କୋ ଜାନସେନ ୩ଟି ଉଇକେଟ ନେଇଥିଲେ। କେଶବ ମହାରାଜ ଏବଂ କର୍ବିନ ଓ୍ବାଶ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ।