ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଲାଗି ଦଳରେ ବଡ଼ ପରିବର୍ତ୍ତନ କଲା ଟିମ୍‌ ଇଣ୍ଡିଆ

ଥିରୁଭାନନ୍ତପୁରମ୍‌,୨୮।୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଦଳରେ ପ୍ରମୁଖ ପରିବର୍ତ୍ତନ କରିଛି ଟିମ୍‌ ଇଣ୍ଡିଆ। ଉମେଶ ଯାଦବ, ଶାହାବାଜ ଅହମ୍ମଦ ଏବଂ ଶ୍ରେୟାସ ଆୟରଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ କରାଯାଇଛି। ଦୀପକ ହୁଡା ପିଠିରେ ଆଘାତ ଲାଗିବା କାରଣରୁ ସିରିଜରୁ ବାଦ୍‌ ପଡ଼ିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ କହିଛି।

କହିରଖୁଛୁ, ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବା ପରେ ଟି୨୦ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ କରିବ। ଏଥିନେଇ ରୋହିତଙ୍କ ଅଧିନାୟକତ୍ୱରେ ସର୍ବଶ୍ରେଷ୍ଠ ଖେଳାଳି ଚୟନକୁ ନେଇ ଏହା ଶେଷ ସୁଯୋଗ।

ଭାରତୀୟ ଟିମ୍‌:
ରୋହିତ ଶର୍ମା(ଅଧିନାୟକ), କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚାହର, ଜସପ୍ରିତ ବୁମ୍‌ରା, ଉମେଶ ଯାଦବ, ଶ୍ରେୟାସ ଆୟର

Share