ଟେଷ୍ଟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କଲା ଭାରତ

ରାଜକୋଟ,୧୮।୨: ଟିମ ଇଣ୍ଡିଆ ତୃତୀୟ ଟେଷ୍ଟରେ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ ସଂଗ୍ରହ କରିଥିଲା। ଏହା ପରେ ୪୩୦ ରନ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସ ଘୋଷଣା କରାଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୩୧୯ ରନ ଏବଂ ଦ୍ୱିତୀୟ ଇନିଂସରେ ୧୨୨ ରନ ସ୍କୋର କରିବା ପରେ ଅଲଆଉଟ ହୋଇଥିଲା। ଟିମ ଇଣ୍ଡିଆ ରନ ଦୃଷ୍ଟିରୁ ଟେଷ୍ଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ରନ ଦୃଷ୍ଟିରୁ ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ବୃହତ୍ତମ ପରାଜୟ। ୟଶାସ୍ବୀ ଜୟସ୍ବାାଲ ଭାରତ ପାଇଁ ଦ୍ୱିଶତକ ହାସଲ କରିଥିଲେ। ସେ ଅପରାଜିତ ୨୧୪ ରନ ସ୍କୋର କରିଥିଲେ। କ୍ୟାପଟେନ ରୋହିତ ଶର୍ମା ପ୍ରଥମ ଇନିଂସରେ ଏକ ଶତକ ହାସଲ କରିଥିଲେ। ସେ ୧୩୧ ରନ ସ୍କୋର କରିଥିଲେ। ରବିନ୍ଦ୍ର ଜାଡେଜା ୧୧୨ରନ ସଂଗ୍ରହ କରିଥିଲେ।

ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୧ ରେ ଆଗୁଆ ରହିଛି। ସିରିଜର ଚତୁର୍ଥ ମ୍ୟାଚ ଫେବୃଆରୀ ୨୩ରୁ ରାଞ୍ଚିରେ ଖେଳାଯିବ।

Share