Categories: Home Leftଖେଳ

ଇଂଲଣ୍ଡ ଟୁରରେ ଯିବ ଭାରତ ଏ’ ଦଳ

ନୂଆଦିଲ୍ଲୀ,୫ା୫: ଆସନ୍ତା ୨୫ ତାରିଖରେ ଭାରତ ଏ’ ଦଳ ଇଂଲଣ୍ଡ ଟୁର କରିବାର ବିଶେଷ ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଦଳ ଘୋଷଣା ହୋଇ ନ ଥିବା ବେଳେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଚିହ୍ନଟ କରିଥିବା ଖେଳାଳିଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବ୍ୟବସ୍ଥା ଆରମ୍ଭ କରିଛି।

ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ଆଇପିଏଲ୍‌ର ପ୍ଲେଅଫ୍‌ରେ ସ୍ଥାନ ପାଇ ନ ଥିବା ଭାରତ ଏ’ ଖେଳାଳିମାନେ ଏକାଠି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଅନ୍ୟମାନେ ଆଇପିଏଲ୍‌ ଶେଷ ହେବା ପରେ ଇଂଲଣ୍ଡରେ ପହଞ୍ଚିବେ। ବିସିସିଆଇ ପକ୍ଷରୁ ଅନେକ ଖେଳାଳିଙ୍କୁ ଯୋଗାଯୋଗ କରାଯାଇଛି। ସେମାନଙ୍କ ପାସପୋର୍ଟ ବ୍ୟବସ୍ଥା କରାଯିବା ସହ ଜର୍ସି ଆକାର ନିଆଯାଇଛି। ଭାରତ ଏ’ ଆସନ୍ତା ୩୦ ତାରିଖରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୩ଟି ୪ ଦିନିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ୩୦ ତାରିଖରୁ କାଣ୍ଟରବୁରୀରେ ଖେଳାଯିବ। ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜୁନ ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳରେ ଚୟନ କରାଯିବ। ଏହି ସିରିଜ୍‌ ପାଇଁ ମୁଖ୍ୟ ଭାରତୀୟ ଦଳ ଜୁନ ପ୍ରଥମ ସପ୍ତାହରେ ଇଂଲଣ୍ଡ ଯାତ୍ରା କରିବ।

Share