Categories: Home Leftଖେଳ

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଛି। ଏତେ ରନ୍‌ରେ ଆଗୁରେ ରହିବା ସତ୍ତ୍ୱେ ଦ୍ୱିତୀୟ ଇନିଂସ ପାଳି ଘୋଷଣା ନାହାନ୍ତି ଅଧିନାୟକ ବିରାଟ କୋହଲି। ଓଭାଲର ଫ୍ଲାଟ ପିଚ୍‌ ଏହାର କାରଣ ହୋଇପାରେ। ଏହି ପିଚ୍‌ ଏବେ ବ୍ୟାଟିଂ ପାଇଁ ବେଶ୍‌ ଉପଯୋଗୀ ହୋଇ ପଡ଼ିଛି।

ଅସମାପ୍ତ ଦ୍ୱିତୀୟ ଇନିଂସ୍‌ ସ୍କୋର ୨୭୦/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ଆରମ୍ଭରୁ ରବୀନ୍ଦ୍ର ଜାଡେଜା (୧୭) ଓ ତା’ ପରେ ଅଧିନାୟକ କୋହଲି (୪୪)ଙ୍କ ଉଇକେଟ ହରାଇଥିଲା। ଲାଗୁଥିଲା ଟିମ୍‌ ଇଣ୍ଡିଆ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ୭ମ ଉଇକେଟ ପାଇଁ ଶାର୍ଦ୍ଦୁଳ ଠାକୁର (୬୦) ଓ ରିଷଭ ପନ୍ତ (୫୦) ୧୦୦ ରନ୍‌ ଯୋଡ଼ିଥିଲେ। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଶାର୍ଦ୍ଦୁଳ। ଦୁହେଁ ଆଉଟ୍‌ ହେବା ପରେ ଯଶପ୍ରୀତ ବୁମରା (୧୯) ଓ ଉମେଶ ଯାଦବ (୧୩) ଏବେ ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ, କ୍ରିସ ଓ୍ବକ୍ସ ଓ ମୋଇନ ଅଲି ନେଇଛନ୍ତି ୨ ଲେଖାଏ ଉଇକେଟ।