Categories: Home Leftଖେଳ

ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ ସେସନ ସୁଦ୍ଧା ଭାରତୀୟ ଦଳ ୫ ଉଇକେଟ ହରାଇ ୧୩୦ ରନ୍‌ କରିଛି। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଅଧିନାୟକ ବିରାଟ କୋହଲି (୧୩), ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୧୫) ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧୫) ଫେଲ୍‌ ମାରିଛନ୍ତି। ଏବେ ସବୁ କିଛି ରିଷଭ ପନ୍ତ (୨୮*) ଓ ରବୀନ୍ଦ୍ର ଜାଡେଜା(୧୨*)ଙ୍କ ଉପରେ ନିର୍ଭର କରେ। ଦଳ ମାତ୍ର ୯୮ ରନ୍‌ରେ ଆଗୁଆ ଥିବାବେଳେ ଆହୁରି ଦୁଇଟି ସେସନ ବାକି ରହିଛି। ଦୁଇ ଖେଳାଳିଙ୍କୁ ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ଅତିକମ୍‌ରେ ଗୋଟିଏ ସେସନ ଖେଳିବାକୁ ପଡ଼ିବ।

ପ୍ରଥମ ଇନିଂସରେ ଭାରତ ୨୧୭ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୪୯ ରନ୍‌ରେ ଅଲଆଉଟ୍‌ ହୋଇ ୩୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ପାଇଥିବା କାଇଲ ଜେମିସନ ୨ ସଫଳତା ପାଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ହାତେଇଛନ୍ତି।