Categories: Home Leftଖେଳ

ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍‌ ଇଲେଭେନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୧୪୧ରନ କରି ବିଜୟ ହୋଇଛି। ଏହି ଟେଷ୍ଟ ମାଧ୍ୟମରେ ଯଶସ୍ବୀ ଜୟସ୍ବାଲ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଛନ୍ତି ଏବଂ ଇଶାନ ଟେଷ୍ଟରେ ପଦାର୍ପଣ କରିଛନ୍ତି। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତ ପାଇଁ କିଛି ଖେଳାଳି ଟେଷ୍ଟ ଡେବ୍ୟୁ କରିପାରନ୍ତି।

ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଖେଳୁଥିବା ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପ୍ରଥମ ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା ନିଜେ ଏହି ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ଥିବା ଋତୁରାଜ ଗାୟକୱାଡ ଏବଂ ମୁକେଶ କୁମାର ଏ ପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ମ୍ୟାଚ ଖେଳି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଖେଳାଳି ପରବର୍ତ୍ତୀ ଟେଷ୍ଟରେ ଡେବ୍ୟୁ କରିପାନ୍ତେି ବୋଳି କୁହାଯାଉଛି।