Categories: Home Leftଖେଳ

ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଫ୍ଲୋରିଡାରେ ଖେଳାଯିବ ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୫ା୮: ଓ୍ବେଷ୍ଟଇଣ୍ଡିଜ୍‌ ସିରିଜର ଅନ୍ତିମ ଦୁଇ ଟି୨୦ ମୁକାବିଲାକୁ ନେଇ ଦେଖା ଦେଇଥିବା ସଙ୍କଟ ଅବସାନ ହୋଇଛି। ଖେଳାଳିଙ୍କୁ ଭିଜା ମିଳିବାରେ ବିଳମ୍ବ ହେବା କାରଣରୁ ଏପରି ଆଶଙ୍କା ଦେଖା ଦେଇଥିଲା। ହେଲେ ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ସମସ୍ତ ଖେଳାଳିଙ୍କୁ ଆମେରିକୀୟ ଭିଜା ପ୍ରଦାନ କରାଯାଇଛି। ଆସନ୍ତା ୬ ଓ ୭ ତାରିଖରେ ଫ୍ଲୋରିଡାର ଲାଉଡେର ହିଲରେ ଦୁଇଟି ଯାକ ମୁକାବିଲା ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଏବଂ କିଛି ଭାରତୀୟ ଖେଳାଳି ମିଆମିରେ ପହଞ୍ଚି ସାରିଲେଣି। ଅନ୍ୟ ଖେଳାଳିମାନେ ଜର୍ଜଟାଉନରେ ଭିଜା ପାଇଁ ଅପେକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜର୍ଜଟାଉନରୁ ଫ୍ଲୋରିଡା ପହଞ୍ଚିବା ପାଇଁ ୫ ଘଣ୍ଟା ସମୟ ଲାଗିଥାଏ।